କଟକ ମହାନଦୀ ପୋଲରୁ ଯାତ୍ରୀବାହୀ ବସ୍ ଖସିପଡ଼ିବା ଘଟଣାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତର ସହ ନେଇଛନ୍ତି। ଦୁର୍ଘଟଣାରେ ଆହତ ଯାତ୍ରୀଙ୍କ ଚିକିତ୍ସା ପାଇଁ ମାଗଣାରେ ସମସ୍ତ ବ୍ୟବସ୍ଥା କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କୁ ନିର୍ଦ୍ଦେଶ ଦଇଛନ୍ତି। ଏଥିସହ ଶ୍ରୀ ଜେନାଙ୍କୁ ଘଟଣାସ୍ଥଳ ତୁରନ୍ତ ପରିଦର୍ଶନ କରିବା ପାଇଁ କହିଛନ୍ତି। ଆହତ ବସଯାତ୍ରୀଙ୍କ ଚିକିତ୍ସା ପାଇଁ ଏସସିବିରେ ସ୍ୱତନ୍ତ୍ର ଡାକ୍ତରୀଦଳ ଗଠନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ବେଳେ ଯୁଦ୍ଧାକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ପାଇଁ ଅଗ୍ନିଶମ କର୍ମଚାରୀ, ଓଡ୍ରାଫଟିମ୍ ଓ ଜିଲ୍ଲା ପ୍ରଶାସନକୁ ଆଦେଶ ଦେଇଛନ୍ତି। ପ୍ରକାଶ ଥାଉକି, ରିପୋର୍ଟ ଲେଖାଯିବା ସୁଦ୍ଧା 9 ଜଣଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ମୃତ୍ୟୁ ସଂଖ୍ୟା ବଦ୍ଧି ପାଇବା ଆଶଙ୍କା କରାଯାଉଛି।Click here to Watch Video
No comments:
Post a Comment