ଭୁବନେଶ୍ୱର: ଓଲିଉଡର ଜଣାଶୁଣା ନିର୍ଦ୍ଦେଶକ ସଂଜୟ ନାୟକ ଏବେ ଏକ ହିନ୍ଦୀ ସିନେମା କାମରେ ହାତ ଦେଇଛନ୍ତି। ବହୁ ଆଗରୁ ସେ ଏଥିରେ ମନନିବେଶ କରିଥିଲେ ଯାହା ଏବେ ଫଳବତୀ ହେଉଥିବା ଜଣାଯାଇଛି। ତାଙ୍କର ଏହି ହିନ୍ଦୀ ସିନେମାରେ ଜଣେ ନାମୀ ବଲିଉଡ ନାୟିକା ଅଭିନୟ କରୁଥିବା ବି କୁହାଯାଉଛି। ଏଠାରେ ଯେଉଁ ନାୟିକାଙ୍କ କଥା କୁହାଯାଉଛି , ସେ ବଲିଉଡରେ ଏକଦଶକ ପୂରଣ କରିବାକୁ ବସିଲେଣି । ତାଙ୍କର ନାଆଁ ହେଲା ଅଦିତି ରାଓ ହାଇଦରୀ।
୩୨ ବର୍ଷ ବୟସ୍କା ଅଦିତି ରାଓ ହାଇଦରୀ ୨୦୦୯ରେ ରିଲିଜ୍ ହୋଇଥିବା ଫିଲ୍ମ ‘ଦିଲ୍ଲୀ-୬’ରୁ ବଲିଉଡରେ କ୍ୟାରିଅର୍ ଆରମ୍ଭ କରିଥିଲେ। ଏହାପରେ ସେ ୟେ ଶାଲି ଜିନ୍ଦେଗି, ରକ୍ଷ୍ଟାର, ଖୁବ୍ସୁରତ୍, ଓ୍ଵାଜିର, ଭୂମି ଏବଂ ପଦ୍ମାବତ୍ ଆଦି ଲୋକପ୍ରିୟ ହିନ୍ଦୀ ସିନେମାର ଅଭିନୟ କରିଛନ୍ତି।ନିର୍ଦ୍ଦେଶକ ସଂଜୟ ନାୟକଙ୍କ ଯେଉଁ ହିନ୍ଦୀ ସିନେମାରେ ଅଦିତି ଅଭିନୟ କରିବାକୁ ଯାଉଛନ୍ତି ତାହାର ଟାଇଟଲ ହେଲା ‘ଡଙ୍କ୍’। ଏହି ସିନେମାରେ ହର୍ଷବର୍ଦ୍ଧନ ରାଣେ ନାୟକ ଭୂମିକାରେ ଅଭିନୟ କରୁଛନ୍ତି । ଖୁବ୍ ଶୀଘ୍ର ଏହି ସିନେମାର ସୁଟିଂ ଓଡ଼ିଶାରେ ଆରମ୍ଭ ହେବ ବୋଲି ଜଣାଯାଇଛି।

No comments:
Post a Comment