Tuesday 23 October 2018

ଝଟକା ଦେଲା ଗୁଗଲ: ଏଣିକି ମାଗଣା ଆପ ପାଇଁ ଟଙ୍କା ନେବ ଗୁଗଲ, ପ୍ଲେଷ୍ଟୋର,ଜିମେଲ ଓ ମ୍ୟାପ ଭଳି ଆପ୍ ଲାଗି ଗୋଟିଏ ମୋବାଇଲରୁ ଆଦାୟ କରିବ ୨,୯୦୦ ଟଙ୍କା

ଆପଣଙ୍କୁ ଜଣାଥିବ କି ଆଣ୍ଡ୍ରଏଡ ଫୋନମାନଙ୍କରେ ଅପରେଟିଂ ସିଷ୍ଟମକୁ ଗୁଗଲ ମାଗଣାରେ ଦେଇଥାଏ । ଏଥିପାଇଁ ମୋବାଇଲ କଂପାନୀମାନଙ୍କଠାରୁ ଆଣ୍ଡ୍ରଏଡ ଅପରେଟିଂ ସିଷ୍ଟମ ପାଇଁ ଗୁଗଲ ଟଙ୍କା ନେଇ ନଥାଏ, ବରଂ ଏହା ବଦଳରେ ମୋବାଇଲ କଂପାନୀମାନଙ୍କୁ ଆଣ୍ଡ୍ରଏଡ ଫୋନରେ ଗୁଗଲର ଜିମେଲ, ଗୁଗଲ ମ୍ୟୁଜିକ୍, ଗୁଗଲ ଫଟୋଜ, ମ୍ୟାପ ଇତ୍ୟାଦି ଆପଗୁଡିକୁ ବାଧ୍ୟତାମୂଳକ ସହିତ ହିଁ ଦେଇଥାଏ ।

କିନ୍ତୁ ଏଥିପାଇଁ କିଛି ମାସ ତଳେ ହିଁ ଗୁଗଲ ଉପରେ ୫.୧ ବିଲିୟନ ୟୁରୋ ତଥା ପାଖାପାଖି ୩୪୪ ଅରବ ଟଙ୍କାର ଜରିମାନା ଲାଗିଥିଲା । ତେବେ ଗୁଗଲ ବିରୋଧରେ ଅଭିଯୋଗ ଥିଲା କି, ଗୁଗଲ ଆଣ୍ଡ୍ରଏଡ ଫୋନରେ ନିଜ ଆପଗୁଡିକୁ ଜୋରଜବରଦସ୍ତ ଭାବରେ ଇନଷ୍ଟଲ କରୁଛି ଏବଂ ଭୁଲ୍ ତରିକାରେ ସର୍ଚ୍ଚ ଇଂଜିନକୁ ପୂର୍ବପେକ୍ଷା ଆହୁରୀ ମଜଭୁତ କରୁଛି ।

ଯେଉଁଥି ପାଇଁ ଗୁଗଲକୁ ବାଧ୍ୟହୋଇ ନିଜ ସର୍ତରେ ପରିବର୍ତନ ଆଣିବାକୁ ପଡିଛି । ଯାହାଦ୍ୱାରା କଂପାନୀ ମୋବାଇଲ କଂପାନୀଗୁଡିକଠାରୁ ନିଜର ଆପ ବଦଳରେ ଟଙ୍କା ନେବ । ଆଲ୍ଫାବେଟ ଗୁଗଲ ମୋବାଇଲ କଂପାନୀମାନଙ୍କଠାରୁ ନିଜର ଆପ ପାଇଁ ପ୍ରତି ମୋବାଇଲ ପିଛା ୪୦ ଡଲାର ଅର୍ଥାତ୍ ପାଖାପାଖି ୨,୯୦୦ ଟଙ୍କା ଆଦାୟ କରିବ । ତେବେ ଗୁଗଲର ଏହି ନୂଆ ସର୍ତ୍ତ ଚଳିତ ମାସ ୨୯ ତାରିଖରୁ ହିଁ ଲାଗୁ କରିଦିଆଯିବ । ଅର୍ଥାତ୍ ୨୯ ଅକ୍ଟୋବର ପରେ ଲଂଚ ହେବାକୁ ଥିବା ସମସ୍ତ ଆଣ୍ଡ୍ରଏଡ ସ୍ମାର୍ଟଫୋନ ଏବଂ ଟାବଲେଟରେ ଆପ ବଦଳରେ ହ୍ୟାଣ୍ଡସେଟ ନିର୍ମାତା କଂପାନୀମାନଙ୍କୁ ଟଙ୍କା ଦେବାକୁ ପଡିବ ।

ଯଦିଓ ଗୁଗଲର ଏହି ନୂଆ ସର୍ତ୍ତ ୟୁରୋପିଆନ ଦେଶମାନଙ୍କ ପାଇଁ ନା ଭାରତ ପାଇଁ,ତେବେ ଗୁଗଲ ଚାର୍ଜ କରିଥିବା ଟଙ୍କା ଅଲଗା ଅଲଗା ଦେଶରେ ଭିନ୍ନ ଭିନ୍ନ ବି ହୋଇପାରେ । ଗୁଗଲ ପ୍ଲେ-ଷ୍ଟୋର, ଜିମେଲ, ଗୁଗଲ ଆପ ଭଳି ଆପ ଗୁଡିକ ପାଇଁ ଟଙ୍କା ନେବା ବଦଳରେ ଗୁଗଲ ମୋବାଇଲ ନିର୍ମାତା କଂପାନୀଙ୍କୁ ବିଜ୍ଞାପନରୁ ହେଉଥିବା ଆୟର ଏକ ଭାଗ ଅଂଶ ଦେବାକୁ ହେବ । ଗୁଗଲ ନିଜର କ୍ରୋମ ବ୍ରାଉଜର ଭଳି ଆପରେ ବିଜ୍ଞାପନ ଦେଖାଇବ ।

No comments:

Post a Comment